ଅକ୍ଟୋବର ୧୪ରେ ସୂର୍ୟ୍ୟପରାଗ

Sep 25, 2023 - 08:37
 5
ଅକ୍ଟୋବର ୧୪ରେ ସୂର୍ୟ୍ୟପରାଗ

ଭୁବନେଶ୍ବର: ଅକ୍ଟୋବର ୧୪ରେ ଉତ୍ତର ଏବଂ ଦକ୍ଷିଣ ଆମେରିକାରେ ସୂର୍ୟ୍ୟପରାଗ ହେବାକୁ ଥିବାବେଳେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଏହି ସମୟରେ ମହାକାଶରେ ଏକ ମହାଜାଗତିକ ରୂପ ଦେଖିବାକୁ ମିଳିବ, ଯାହାକୁ ‘ରିଙ୍ଗ୍ ଅଫ୍ ଫାୟାର୍’ ବା ଅଗ୍ନିଚକ୍ର କୁହାଯାଉଛି। ଚନ୍ଦ୍ର, ପୃଥିବୀ ଓ ସୂର୍ୟ୍ୟ ଗୋଟିଏ ସରଳରେଖାରେ ଅବସ୍ଥାପିତ ହେଉଥିବାରୁ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଏହା ହେଉଛି ସମ୍ପୂର୍ଣ୍ଣ ସୂର୍ୟ୍ୟପରାଗଠାରୁ ଭିନ୍ନ। ଏହି ସୂର୍ୟ୍ୟପରାଗ ସମୟରେ ଚନ୍ଦ୍ର ସୂର୍ୟ୍ୟକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀଠାରୁ ଏହାର ଦୂରତମ ସ୍ଥାନରେ କିମ୍ବା ସବୁଠୁ ନିକଟତର ହୁଏ, ସେତେବେଳେ ଏକ ବାର୍ଷିକ ସୂର୍ୟ୍ୟ ପରାଗ ହୁଏ। ନାସାର ତଥ୍ୟାନୁଯାୟୀ, ସୂର୍ୟ୍ୟପରାଗ ଆମେରିକାର ଓରେଗନରେ ରାତି ପ୍ରାୟ ୯ଟା ୧୩ ମିନିଟରେ ଆରମ୍ଭ ହେବ ଏବଂ କାଲିଫର୍ଣ୍ଣିଆ, ନେଭାଡା, ଉତାହ, ଆରିଜୋନା, ନ୍ୟୁ ମେକ୍ସିକୋ ଏବଂ ଟେକ୍ସାସରେ ଦେଖାଯିବ। ଏହାପରେ ମେକ୍ସିକୋ, ଗୁଏଟମାଲା, ବେଲିଜ୍, ହୋଣ୍ଡୁରାସ, ନିକାରାଗୁଆ, ପାନାମା, କଲମ୍ବିଆ ଏବଂ ବ୍ରାଜିଲର କିଛି ଅଂଶ ପର୍ୟ୍ୟନ୍ତ ଏହା ଦୃଶ୍ୟମାନ ହେବ। ଆଟଲାଣ୍ଟିକ୍ ମହାସାଗରରେ ସୂର୍ୟ୍ୟାସ୍ତ ପୂର୍ବରୁ ସୂର୍ୟ୍ୟପରାଗ ଶେଷ ହୋଇଯିବ। ଏହି ସମୟରେ ସର୍ବାଧିକ ଅନ୍ଧକାର ଦେଖାଯିବ; କିନ୍ତୁ ଅଧିକ ଅଞ୍ଚଳରେ ଆଂଶିକ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବ।