କ୍ରିକେଟ୍‌ର ସବୁ ଫର୍ମାଟରେ ୧ ନମ୍ବର ହେଲା ଟିମ ଇଣ୍ଡିଆ 

Sep 23, 2023 - 03:41
 3
କ୍ରିକେଟ୍‌ର ସବୁ ଫର୍ମାଟରେ ୧ ନମ୍ବର ହେଲା ଟିମ ଇଣ୍ଡିଆ 

ମୋହାଲି: ଭାରତୀୟ କ୍ରିକେଟ୍‌ ଟିମ୍‌ ମୋହାଲିରେ ଚାଲିଥିବା ମ୍ୟାଚ୍‌ର ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ ନୂଆ ରେକର୍ଡ କରିଛି । ଏହି ବିଜୟ ଫଳରେ ଟିମ ଇଣ୍ଡିଆ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନମ୍ବର ସ୍ଥାନରେ ପହଞ୍ଚି ଯାଇଛି । ଏହାପୂର୍ବରୁ ଦଳ ଟେଷ୍ଟ ଓ ଟି-୨୦ ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନରେ ଥିଲା । ଏହି ବିଜୟ ପରେ କ୍ରିକେଟର ୩ଟି ଯାକ ଫର୍ମାଟରେ ଭାରତୀୟ କ୍ରିକେଟ ଟିମ ଶୀର୍ଷ ସ୍ଥାନ ଦଖଲ କରିଛି ।
ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ ପୂର୍ବରୁ ୧୧୫ ପଏଣ୍ଟ ସହ ଆଇସିସି ଦିନିକିଆ ରାଙ୍କିଙ୍ଗ୍‌ରେ ଦୁଇ ନମ୍ବର ସ୍ଥାନରେ ଥିଲା । ଏଥି ସହିତ ପାକିସ୍ତାନ ସମାନ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ଥିଲା । ପ୍ରଥମ ଦିନିକିଆରେ ଭାରତ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଦିଆଯାଇଥିବା ୨୭୭ ରନ୍‌ର ସ୍କୋରକୁ ୪୬.୨ ଓଭରରେ ୫ ୱିକେଟ ହରାଇ ହାସଲ କରିବା ସହ ଏକ ନମ୍ବର ସ୍ଥାନକୁ ଉଠିଥିବାବେଳେ ପାକିସ୍ତାନ ୧୧୫ ପଏଣ୍ଟ ସହ ୨ନମ୍ବର ସ୍ଥାନକୁ ଖସି ଯାଇଛି । ଏଥି ସହିତ ଅଷ୍ଟ୍ରେଲିଆ ବର୍ତ୍ତମାନ ୧୧୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଚତୁର୍ଥରେ ସାଉଥ ଆଫ୍ରିକା, ପଞ୍ଚମରେ ଇଂଲଣ୍ଡ, ଷଷ୍ଠରେ ନ୍ୟୁଜିଲ୍ୟାଣ୍ଡ, ସପ୍ତମରେ ବାଂଲାଦେଶ, ଅଷ୍ଟମରେ ଶ୍ରୀଲଙ୍କା, ନବମରେ ଆଫଗାନିସ୍ତାନ ଓ ଦଶମରେ ୱେଷ୍ଟଇଣ୍ଡିଜ ରହିଛନ୍ତି ।