ପ୍ରମିଳା ହେବେ ପ୍ରଥମ ମହିଳା ବାଚସ୍ପତି

ପ୍ରମିଳା ହେବେ ପ୍ରଥମ ମହିଳା ବାଚସ୍ପତି

Sep 20, 2023 - 13:55
 5
ପ୍ରମିଳା ହେବେ ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର : ଟାଣୁଆ ନେତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ  । ବିଞ୍ଝାରପୁରରୁ ୬ ଥର ଜିଣିଥିବା ପ୍ରମିଳା ବହୁବାର ମନ୍ତ୍ରୀ ମଧ୍ୟ ରହିଛନ୍ତି  । ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ତାଙ୍କର ବି ଢେ଼ର ଅଭିଜ୍ଞତା ରହିଛି  । ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡ଼ି ଘୋଷଣା କରିଛି  । ବିଜେଡ଼ିର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ପ୍ରମିଳା କୃତଜ୍ଞତା ଜ୍ଞାପନ କରିଛନ୍ତି  । ସେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି  । 

୧୯୯୦ ଦଶକରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ପ୍ରମିଳା ନିର୍ବାଚନୀ ରାଜନୀତିରେ ଢେ଼ର ସଫଳତା ହାସଲ କରିଛନ୍ତି  । ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ହେବା ପରେ ବାଚସ୍ପତି ପଦ ଖାଲି ରହିଥିଲା  । ତେବେ ଆସନ୍ତା ୨୨ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି  । ସେହିଦିନ ବାଚସ୍ପତି ନିର୍ବାଚନ ସହ ଶପଥ ଗ୍ରହଣ ମଧ୍ୟ ହେବ  ।  ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ବେଶ ମଜବୁତ ଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ  ।