ସମ୍ଭାବ୍ୟ ବାତ୍ୟା : ୨୫ରୁ ବଢିବ ପବନର ବେଗ
ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ହେବାର ସମ୍ଭାବନା ରହିଛି । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଫଳରେ ବାତ୍ୟା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନର ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଇଛି।
ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୫ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢିବ।୨୫ ସନ୍ଧ୍ୟାରୁ ପବନର ଘଣ୍ଟା ପ୍ରତି ବେଗ ୫୦ରୁ ୬୦ କିଲୋମିଟର ରହିବା ନେଇ ସୂଚନା ରହିଛି। ୨୬ ତାରିଖ ସକାଳୁ ପବନର ବେଗ ୬୦ରୁ ୭୦ କିଲୋମିଟରରେ ରହି ସର୍ବାଧିକ ୮୦ କିଲୋମିଟର ହେବ। ୨୭ ତାରିଖ ସକାଳୁ ସର୍ବାଧିକ ୧୦୦ କିଲୋମିଟର ପବନର ବେଗ ରହିପାରେ।
