୧୬ରେ ଜେଇଇ ମେନ୍ ସେସନ୍-୧ ର ପରୀକ୍ଷା ଫଳ

Feb 13, 2026 - 22:32
 5
୧୬ରେ ଜେଇଇ ମେନ୍ ସେସନ୍-୧ ର ପରୀକ୍ଷା ଫଳ

ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ସେସନ୍-୧ ଫଳ ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ଜେଇଇ ମେନ୍ ସେସନ୍-୧ ପାଇଁ ୧୩ ଲକ୍ଷ ୫୦ ହଜାର ୯୬୯ ଜଣ ଆବେଦନ କରିଥିଲେ । ଗତ ଜାନୁଆରୀ ୨୮ରୁ ୨୯ ତାରିଖ ଯାଏ ପରୀକ୍ଷା ହୋଇଥିଲା । ଏଥିରେ ୧୩ ଲକ୍ଷ ୩୬୮ ଜଣ ପରୀକ୍ଷା ଦେଇଛନ୍ତି । ଅର୍ଥାତ୍ ପରୀକ୍ଷାରେ ୯୬.୨୬ ପ୍ରତିଶତ ଉପସ୍ଥାନ ହୋଇଛି । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ହଜାର ୩୧୪ ଜଣ ଭିନ୍ନକ୍ଷମ ଶିକ୍ଷାର୍ଥୀ ରହିଥିଲେ । ଏନ୍‌ଟିଏ ପକ୍ଷରୁ ୧୨ ତାରିଖ ସୁଦ୍ଧା ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ କୁହାଯାଇଥିଲା । ହେଲେ କିଛି ଛାତ୍ରଛାତ୍ରୀ ଆନସର ଚ୍ୟାଲେଞ୍ଜ କରିଥିଲେ । ଫଳରେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଏନ୍ଟିଏ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି, ଆସନ୍ତା ୧୬ ତାରିଖରେ ଜେଇଇ ମେନ୍ ସେସନ୍-୧ ର ପରୀକ୍ଷା ଫଳ ପ୍ରକାଶ ପାଇବ ।