ଆଫଗାନିସ୍ତାନରେ ୫.୬ ତୀବ୍ରତାର ଭୂକମ୍ପ, ଥରିଲା ଜମ୍ମୁ-କଶ୍ମୀର
ଭୂକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନରେ ରହିଥିବା ବେଳେ ଏହାର ପ୍ରଭାବ ପାକିସ୍ତାନ ଓ ଭାରତର ଜମ୍ମୁ-କଶ୍ମୀରରେ ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି।
ପାକିସ୍ତାନ ସହ ଉତ୍ତେଜନା ଲାଗି ରହିଥିବା ବେଳେ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଆଫଗାନିସ୍ତାନ(Afghanistan Earthquake)। ରିକ୍ଟର ସ୍କେଲର ଭୂକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି।
