ଉପନିର୍ବାଚନ ପୂର୍ବରୁ କଂଗ୍ରେସର ମିଶ୍ରଣ ପର୍ବ

Oct 16, 2025 - 23:01
 5
ଉପନିର୍ବାଚନ ପୂର୍ବରୁ କଂଗ୍ରେସର ମିଶ୍ରଣ ପର୍ବ

ନୂଆପଡା,୧୬।୧୦ ( ମକାରୁ ବେମାଲ) ସ୍ଥାନୀୟ ଖୁଣ୍ଟିଆ ସମ୍ମିଳନୀ କକ୍ଷଠାରେ ଗୁରୁବାର କଂଗ୍ରେସ ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଧୀର ମିଶ୍ରଙ୍କ ନେତୃତ୍ୱରେ କରୁଣାକର ଚଣ୍ଡୀ, ଦୁଃଖଭଞ୍ଜନ ନାୟକ, କାପଳି ଭଟ୍ଟ,ରୁକେଶ ଗହିର, ନିତ୍ୟା ବେହେରା, ପ୍ରତାପ ରଣା ସମେତ ଶତାଧିକ ଜଣ ଯୁବକ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,କଂଗ୍ରେସ ମୁଖପାତ୍ର ହାମିତ୍‌ ହୁଜେନ,ନୂଆପଡା ଜିଲା ପର୍ଯ୍ୟବେକ୍ଷକ ମୂରଲୀଧର ନାଏକ,ଟଙ୍କଧର ସାହୁ,ପୂର୍ବତନ ନୂଆପଡା ଏନଏସି ଅଧ୍ୟକ୍ଷ ମହେଶ ନିଆଲ, ଜିଲା ପରିଷଦ ଭରତ ଲାଲ ରାଉତ, ଜ୍ଞାନେନ୍ଦ୍ର ଦାସ,ଅଙ୍କିତ ସିଂଘାଇ ପ୍ରମୁଖଙ୍କ ଉପସ୍ଥିତ ଥିଲେ।