ଆଜି ଗୋଆ ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଗୋଆ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନିଆ ଗୋଆ ଗସ୍ତରେ ଯାଇ ବିଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ ତିନି ଦିଆଜି ଗୋଆରେ ପହଞ୍ଚିବା ପରେ ପାନାଜୀର ଆଜାଦ ମଇଦାନରେ ଶହୀଦଙ୍କ ସ୍ମାରକସ୍ଥଳୀରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ସନ୍ଧ୍ୟା ସମୟରେ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କ ସମ୍ମାନଅର୍ଥେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ଅଭିବାଦନ ଗ୍ରହଣ କରିବେ । ବୁଧବାର ଗୋଆ ବିଶ୍ୱବିଦ୍ୟାଳୟର ୩୪ ତମ କନକ୍ଲେଭରେ ସାମିଲ ହେବେ। ଏହାପରେ ଏକ ଜନଜାତି ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ସନ୍ଧ୍ୟା ସମୟରେ ଗୋଆ ବିଧାନସଭାର ସମସ୍ତ ସଦ୍ୟସ୍ୟଙ୍କୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଗସ୍ତର ତୃତୀୟ ଦିନ କାର୍ୟ୍ୟକ୍ରମ ସୂଚୀ ପ୍ରକାଶ କରାଯାଇନାହିଁ।ନିଆ ଗୋଆ ଗସ୍ତର କାର୍ୟ୍ୟସୂଚୀ ଉପରେ ।