ଲୋକାର୍ପିତ ହେଲା ଓଡ଼ିଆ ବିଶ୍ଵ ବିଦ୍ୟାଳୟ

Jan 24, 2024 - 22:34
 3
ଲୋକାର୍ପିତ ହେଲା ଓଡ଼ିଆ ବିଶ୍ଵ ବିଦ୍ୟାଳୟ

ନବୀନ ଓଡିଶା ବ୍ଯୂର:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହେଲା  ଓଡ଼ିଆ ବିଶ୍ଵ ବିଦ୍ୟାଳୟ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରି ଓଡ଼ିଆବାସୀଙ୍କୁ ଭେଟି ଦେଇଛନ୍ତି । ଓଡ଼ିଆ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆ ରେ ଆୟୋଜିତ ଏହି  ଲୋକାର୍ପଣ ଉତ୍ସବ ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତ ରାୟ, କୁଳପତି ସବିତା ପ୍ରଧାନ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ ।

ଉତ୍କଳମଣୀ ଗୋପବନ୍ଧୁଙ୍କ ଜନ୍ମଭୂମିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସ୍ଥାପିତ ଏହି ଓଡ଼ିଆ ବିଶ୍ଵ ବିଦ୍ୟାଳୟରେ ଏବେ ୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଶେଷ କରି ଓଡ଼ିଆ ଭାଷା ଓ ପାରମ୍ପରିକ ସାହିତ୍ୟର ହେବ ପ୍ରଚାର ପ୍ରସାର କରିବା ଏହି ଓଡ଼ିଆ ବିଶ୍ଵ ବିଦ୍ୟାଳୟ ର ମୁଖ୍ୟ ଉଦ୍ଦେଶ୍ୟ | ଏହା ବିଶ୍ଵ ଦରବାରରେ ଓଡ଼ିଆ ଭାଷା, ସାହିତ୍ୟ, ସସ୍କୃତିକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ଓଡ଼ିଆ ଭାଷା ପ୍ରେମୀ ।

ପ୍ରାୟ  ୭୫ କୋଟି ଟଙ୍କାରେରେ ନିର୍ମାଣ କରାଯାଇ ଥିବା ଏହି ବିଶ୍ଵ ବିଦ୍ୟାଳୟରେ କ୍ଲାସ ରୁମ ସହିତ ସେମିନାର ହଲ, ଫାକଲ୍ଟି ରୁମ, ବିଭାଗୀୟ ମୁଖ୍ୟଙ୍କ ପ୍ରକୋଷ୍ଠ, ଶୌଚାଳୟ,ଅତ୍ୟାଧୁନିକ ଲାଇବ୍ରେରୀ ଓ କମ୍ପୁଟର ଲ୍ୟାବ, ୩୨ କକ୍ଷ ବିଶିଷ୍ଟ ଛାତ୍ରାବାସ,୧୬ କକ୍ଷ ବିଶିଷ୍ଟ ସ୍କଲାର ଛାତ୍ରାବାସ, କ୍ୟାଫେଟେରିଆ ବିଶ୍ଵ ବିଦ୍ୟାଳୟ ପରିସରରେ ଥିବା ସହ ରାଧା କୁଣ୍ଡ ପୁଷ୍କରିଣୀର ପୁନରୁଦ୍ଧାର କରାଯାଇଛି ।